ରଜର ରାଜା ବୋଉ ବୁଟୁ ଭୂତ

ଦମନ ,କର୍ମ ପରେ ଓଡ଼ିଆ ସିନେମାର ଟ୍ରେଣ୍ଡ ବଦଳୁଛି …
ରେକର୍ଡ କରୁଛି ରଜ ର ରାଜା ବୋଉ ବୁଟୁ ଭୁତ

ସମୀକ୍ଷା -ଶ୍ୟାମା ପ୍ରସାଦ ମିଶ୍ର     

ଯେତେଥର ସମୀକ୍ଷା ଲେଖିବା ପାଇଁ ଚାହୁଁଚି କେବଳ ଶବ୍ଦ ଆସୁଛି ବାବୁ.. ବାବୁ.. ବାବୁ..
ବାବୁସାନଙ୍କ ଅଭିନୟର ପ୍ରଭାବ ଏ ପର୍ଯ୍ୟନ୍ତ ମୁଣ୍ଡରୁ ଯାଇନି.

ବୋଉ ବୁଟୁ ଭୁତ ସିନେମାଟିକୁ ସପରିବାର ଦେଖିବା ପାଇଁ ବେଶ କିଛିଦିନ ଅପେକ୍ଷା କରିବାକୁ ପଡିଲା,କାରଣ ଆମକୁ ଭୁବନେଶ୍ୱର ମହାରାଜା ସିନେମା ହଲରେ ଦେଖିବା ପାଇଁ ଇଚ୍ଛା ଥିଲା ,ସେପଟେ ଟିକେଟ ପାଇଁ ଅପେକ୍ଷା..
ପୁରୀରେ ମୋର ଇଭେଣ୍ଟ କାମ  ଚାଲିଥିଲେ ବି ପୁରୀରେ ସିନେମା ହଲ ନ ଥିବାରୁ ଭୁବନେଶ୍ୱର ଆସି ପରିବାର ସହିତ ଦେଖିଲି.

ପ୍ରଥମେ ସିନେମାର କାହାଣୀ ଏବଂ ଚିତ୍ରନାଟ୍ୟ.ଅନେକ କହିଲେ ପ୍ରଥମରୁ କାହାଣୀ ବୁଝା ପଡୁନି ..ଭୁତ କାହିଁ ?
ସେଇଟା ହିଁ ଚିତ୍ରନାଟ୍ୟର ମୁଖ୍ୟ କଥା .
ସିନେମା ପ୍ରଥମରୁ ଜାଣିଗଲେ ଶେଷ ପର୍ଯ୍ୟନ୍ତ ଦେଖିବା କାହିଁକି ?
ତେଣୁ ମୋ ମତରେ କାହାଣୀ ଓ ଚିତ୍ରନାଟ୍ୟ ଲେଖକ ମହମ୍ମଦ ଇମ୍ରାନଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ .

କାହାଣୀଟି ବିଶେଷ କରି ଅପରାଜିତା ଅପା,ବାବୁସାନ ଏବଂ ଅର୍ଚିତା ଙ୍କ ଉପରେ ଗତିଶୀଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଜଗନ୍ନାଥ ଙ୍କ ଚରିତ୍ର ଏଣ୍ଟ୍ରି କରି ସମୁଦାୟ କାହାଣୀକୁ ଆଉ ଏକ ଦିଗକୁ ନେଇ ଯାଉଛି .ବାବୁସାନ ,ଟିକି ଅପା ,ଅର୍ଚ୍ଚିତା ଙ୍କ ବଳିଷ୍ଠ ଅଭିନୟ ସହିତ ଉଦିତ ଗୁରୁ  ,ରବି ମିଶ୍ର ,
ଚୌଧୁରୀ ଜୟପ୍ରକାଶ ,ଅନୁଗୁଳିଆ ବଂଟୀ ,କ୍ରିଷ୍ଣା କର ଏବଂ ରବୀନ ଦାସ ଙ୍କ ଅଭିନୟ ମାନେ ରଖିଲା ପରି ହୋଇଛି .ବାବୁସାନ,ଅପରାଜିତା ମହାନ୍ତି ଏବଂ ଅର୍ଚ୍ଚିତାଙ୍କ ଅଭିନୟ ଅସାଧାରଣ .

କାହାଣୀ ଏବଂ ଚିତ୍ରନାଟ୍ୟ ଲେଖିଛନ୍ତି ମହମ୍ମଦ ଇମ୍ରାନ .ଜଗଦୀଶ ମିଶ୍ର ଙ୍କ ନିର୍ଦେଶନା ଅତି ଉଚ୍ଚକୋଟିର ଏବଂ ନିଖୁଣ ହୋଇ ପାରିଛି ..ଚିତ୍ରଉତ୍ତୋଳନ କରିଛନ୍ତି ତରଙ୍ଗ ରେ ମୋ ସହିତ କାମ କରିଥିବା ମୋ ସାଥି ରୁଦ୍ରକାନ୍ତ ସିଂ. ଫଟୋଗ୍ରାଫି ଅତି ଚମତ୍କାର .

ଏଡିଟର ରଶ୍ମି ରଞ୍ଜନ ,BGM ଅଭିଶେଖ ପାଣିଗ୍ରାହୀ ଏବଂ ସାଉଣ୍ଡ ଇଞ୍ଜିନିଅର ତୁଷାର ଜେନା.

ସଂଗୀତ ଗୌରବ ଆନନ୍ଦ,
ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି ଗୀତଟିକୁ  ଗାଇଛନ୍ତି କୁଲଦୀପ ,ଅନ୍ତରା.
ଓଦା ଲାଗେ ଗୀତଟିକୁ ଗାଇଛନ୍ତି ବାବୁସାନ ଏବଂ ଶୁଭଶ୍ରୀ ଜେନା .
ଫିଲ୍ମ ର ସମସ୍ତ ଦୃଶ୍ୟରେ ଆସିଥିବା ଲାଲ ଟୁକ ଟୁକ ଗୀତଟି ଖୁବ ସୁନ୍ଦର ଭାବେ ଗାଇଛନ୍ତି ଅପରାଜିତା ମହାନ୍ତି .
ବୋଉ ବୁଟୁ ଭୁତ ର ସବୁ ଗୀତ ଗୁଡିକ ଖୁବ ଚମତ୍କାର ଭାବେ ଲେଖିଛନ୍ତି ଡ଼ ନିର୍ମଳ ନାୟକ . 
ସବୁ ଗୀତ ଗୁଡିକ Mixing କରିଛନ୍ତି ସୋମେଶ ଶତପଥି .
ସବୁ ଗୀତର Choreorapher -ଅମିତ ନାୟକ .

ପ୍ରଯୋଜିକା ତୃପ୍ତି ଶତପଥି ଏବଂ କାର୍ଯ୍ୟକାରୀ ପ୍ରଯୋଜନା ସହିତ ପ୍ରଚାରର ମଙ୍ଗ ଧରିଛନ୍ତି ସମ୍ବିତ ଜେନା .
ପ୍ରକାଶ ଫିଲ୍ମସ ଏହାର ବିତରକ ଥିବାବେଳେ ସଂଗୀତ ବିତରଣ କରିଛନ୍ତି ସିଦ୍ଧାର୍ଥ ମ୍ୟୁଜିକ .         

କେମିତି ଲାଗିଲା ବୋଉ ବୁଟୁ ଭୁତ?…
ହଲ ଭିରକୁ ଗଲାବେଳେ ଲାଗିଲା ହଁ ,ରଜ ଆସିଛି .
ବାବୁସାନଙ୍କ ଅଭିନୟର ଆମ ପରିବାରର ସମସ୍ତେ ବଡ଼ ପ୍ରଶଂସକ .
କମେଡି ହେଉ ,ରୋମାନ୍ସ ହେଉ ,ଦୁଃଖର ଦୃଶ୍ୟ ଅତି ଚମତ୍କାର ଭାବେ ସେ କରିଛନ୍ତି .
ଅଧିକ ନୁହେଁ କି କମ ନୁହେଁ ,ଭାଗମାପ ସହିତ ସେ ଜଣେ ଶ୍ରେଷ୍ଠ ଅଭିନେତା .ତେବେ ଏହି ସିନେମାରେ ତାଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ  ଦେଖିବାକୁ ମିଳିଛି .

ଅପରାଜିତା ମହାନ୍ତି ..ଆଗରୁ ଏପରି ଅଭିନୟ କେବେବି କରି ନଥିବା ଟିକି ଅପା ଅତି ସୁନ୍ଦର ଅଭିନୟ କରିଛନ୍ତି ,
ପ୍ରତ୍ୟେକଟି ଦୃଶ୍ୟରେ ମୁହଁ ତାଙ୍କର କଥା କହୁଛି .

ଅର୍ଚ୍ଚିତା ଜଣେ ଅତି ଉଚ୍ଚ କୋଟିର ଅଭିନେତ୍ରୀ ଏହା ପୁଣି ଏହି ସିନେମାରେ ସାବ୍ୟସ୍ତ କରିଛନ୍ତି .
ଏହି ସିନେମାରେ ବାବୁଙ୍କ ସହିତ ତାଙ୍କର ଅଭିନୟ,ନୃତ୍ୟ, ରୋମାନ୍ସ ବେଶ ଭାଗମାପ ସହିତ.. କିନ୍ତୁ ଚମତ୍କାର ହୋଇଛି .

ନୂଆ ନୂଆ ଆସିଥିଲେ ବି ଜଗନ୍ନାଥ ମଧ୍ୟ ଅତି ଚମତ୍କାର ଅଭିନୟ କରିଛନ୍ତି .ଓଡ଼ିଆ ସିନେମାରେ ତାଙ୍କୁ ଦେଖିଲେ ଜାତୀୟ ସ୍ତରର କଳାକାର ଙ୍କ ପ୍ରତିଭା ପରି ଲାଗିବ .

ଖୁବ କମ ସମୟ ହେଲେ ମଧ୍ୟ  କ୍ରିଷ୍ଣା କର (KK)ଏବଂ ରବୀନ ଦାସଙ୍କ ଅଭିନୟ ଅତି ଉଚ୍ଚକୋଟୀର .         
ଅନ୍ୟ ଅଭିନେତା ମାନେ ନିଜ ନିଜ ସ୍ଥାନରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି .

ଜଗଦୀଶ ମିଶ୍ର ଙ୍କ ନିର୍ଦେଶନାରେ ବେଶ ପରିପକ୍ଵତା ବାରିହୋଇପଡ଼େ .ବୋଉ ବୁଟୁ ଭୁତ ସିନେମାର ପ୍ରତ୍ୟେକ ଦୃଶ୍ୟକୁ ସେ ବେଶ ଚମତ୍କାର ଭାବେ ଚିତ୍ରିତ କରାଇଛନ୍ତି .ଓଡ଼ିଆ ସିନେମା ଜଗତ ନିଶ୍ଚିତ ଭାବରେ ଆଉ ଜଣେ ଭଲ ନିର୍ଦେଶକ ପାଇଲା .

ରୁଦ୍ରକାନ୍ତ ସିଂ ଙ୍କ Photography ସାମଗ୍ରିକ ଭାବରେ ସିନେମାଟିକୁ ବଳିଷ୍ଠ କରିଛି .

ଲୋକେସନ ସମ୍ପୂର୍ଣ୍ଣ ଭାବରେ ଓଡିଶା ଭିତରେ ହୋଇଛି. ଅତି ସୁନ୍ଦର.

ବୋଉ ବୁଟୁ ଭୁତ ସିନେମାର  ବ୍ୟବସାୟ ଆଶାଠାରୁ ଅଧିକ କରୁଛି ଅର୍ଥ,ଦର୍ଶକ ଏହିପରି କାହାଣୀ ଏବଂ ସମ୍ପୂର୍ଣ୍ଣ ମନୋରଞ୍ଜନ ଚାହୁଁଛନ୍ତି .

ବାବୁସାନ ,ପ୍ରଯୋଜିକା ତୃପ୍ତି ଶତପଥି ,କାର୍ଯ୍ୟକାରୀ ପ୍ରଯୋଜକ ସମ୍ବିତ ଜେନାଙ୍କ ସହିତ ସମସ୍ତ ଅଭିନେତା ,ଅଭିନେତ୍ରୀ ,ନିର୍ଦେଶକ ତଥା ସମ୍ପୁର୍ଣ୍ଣ ଟିମଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ .

ପୂର୍ବରୁ କହିଥିଲି ଏ ସିନେମା ୫୦ ଦିନରୁ ଅଧିକ ଚାଲିବା ସହିତ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିବ,ତାହାହିଁ ହେବ .

Leave a Comment

Your email address will not be published. Required fields are marked *

Scroll to Top