ଅନନ୍ତା ର ନୀଳମଣି ଗୀତ

Written By: Shyama Prasad Mishra

ମାଆର ଅନନ୍ତା ପ୍ରତି ଅନାବିଳ, ନିସ୍ଵାର୍ଥପର ଏବଂ ଅମୃତମୟ ପ୍ରେମ ଏହି ଗୀତରେ ପ୍ରତିଫଳିତ ହୋଇଛି, ଯେତେ ଥର ଶୁଣିଲେ ଆଖିରୁ ମାଆ ର ସ୍ନେହ କଥା ଭାବି ଆପଣ ନିଶ୍ଚୟ କାନ୍ଦିବେ..ଅନନ୍ତା ଦୁନିଆ ଦେଖିବା ଆଗରୁ ତାର ବାପା ଚାଲିଯାଇଥିଲେ ମଧ୍ୟ ମାଆ ଦେବକୀ ତାକୁ କେବେବି ବାପା ଛେଉଣ୍ଡ ବୋଲି ଭାବିବାକୁ ଦେଇନାହାନ୍ତି..

ଏବେ ଏବେ ଖାଇଥିଲେ ବି ମାଆକୁ ଲାଗେ ପିଲାକୁ ଭୋକ ହେଉଛି କି ? ପିଲା ନ ଖାଇଲେ ଭାବେ କେଉଁ ଡାହାଣୀ ପିଲାକୁ ନଜର ପକାଇଲା କି ? ପିଲାର ଦୁଷ୍ଟାମୀ ତାର ନଜରରେ ବାଳୁତ ଚପଳାମୀ ବ୍ୟତୀତ ଆଉ କିଛି ନୁହେଁ.

ସମ୍ପୂର୍ଣ୍ଣ ଓଡ଼ିଆ ଚଉପଦୀ ଢାଞ୍ଚାରେ କିନ୍ତୁ ନିଜସ୍ୱ ଭାଷାରେ ଲେଖିଛନ୍ତି ଡ଼ ନିର୍ମଳ ନାୟକ. ଅଭିଜିତ ମଜୁମଦାର ଲୋରୀ ଗୀତରେ ଏତେ ଭାବ ଭରିଦେଇଛନ୍ତି ଯେ ଆଖିରୁ ଆପଣଙ୍କର ଲୁହ ଝରି ଆସିବ. ମାଆ କୋଳରେ ଟିକେ ମୁଣ୍ଡ ରଖି ଶୋଇ ଯିବାକୁ ମନ ହେବ..

ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁସୟା ନାଥଙ୍କ କଣ୍ଠରେ ଲୋରୀ ଗୀତଟି ଅମୃତମୟ ଏବଂ ଭାବଗର୍ଭକ ହୋଇଛି ନିଶ୍ଚୟ. ଅନେକ ଦିନ ପରେ ଏହିପରି ମହାନ କଣ୍ଠ ଶିଳ୍ପୀଙ୍କୁ ଓଡ଼ିଆ ଫିଲ୍ମ ରେ ଗାଇବାକୁ ଦେବାପାଇଁ ପ୍ରଯୋଜକ, ନିର୍ଦେଶକ, ସଂଗୀତ ନିର୍ଦେଶକ ଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା. Amara Muzik ବ୍ୟାନର ରେ ଅନନ୍ତା ସିନେମାର ଅନ୍ୟ ଦୁଇଟି ଗୀତ ଶ୍ରୋତାଙ୍କ ମନକୁ ଛୁଇଁଛି.

ଅନନ୍ତା ଟାଇଟେଲ ଗୀତରେ ଅନେକ ଦିନ ପରେ ଅଭିଜିତ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାଶିଷ ମହାକୁଡ଼ଙ୍କୁ ସୁଯୋଗ ଦେଇଛନ୍ତି. ପୂର୍ବ ଓଡ଼ିଶାର ଲୋକଗୀତ, ଘୋଡାନାଚରେ ବ୍ୟବହାର ହେଉଥିବା ଲୋକ ଗୀତ, ଖାଣ୍ଟି ପୁରାତନ ଶବ୍ଦ, ଢଗ ଢମାଳି ଶବ୍ଦ ଗୀତ ଟିକୁ ସ୍ୱତନ୍ତ୍ର କରି ତୋଳିଛି.

ମଲ୍ଲୀ ଢ଼ପ ଗୀତକୁ ସରସ ସୁନ୍ଦର କରିଛନ୍ତି ଓଡ଼ିଶାର ପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ, କରୁଣାକର, ସଂଜୁ ମହାନ୍ତି ଓ ଅନ୍ତରା. ପୂର୍ବ ଓଡିଶାର ଲୋକଗୀତ ଢାଞ୍ଚାରେ ଏହି ଗୀତଟି ମଧ୍ୟ ଶ୍ରୋତା ଙ୍କ ମନ ଜିଣିଛି. ଏହି ସବୁ ଗୀତ ରେ କଣ ସବୁ ସ୍ୱତନ୍ତ୍ରତା ରହିଛି..
(1)ପ୍ରଯୋଜକ, ନିର୍ଦେଶକ ଏବଂ Amara Muzik ଅଭିଜିତ ମଜୁମଦାରଙ୍କ ପରି ସଂଗୀତ ନିର୍ଦେଶକ, ନିର୍ମଳ ଗୀତିକାର ଏବଂ କଣ୍ଠଶିଳ୍ପୀ ମାନଙ୍କୁ ଚୟନ କରିବା.
(2)ଏକ ସମୟରେ ଯେଉଁ ସୁପରହିଟ କଣ୍ଠ ଶିଳ୍ପୀ ମାନେ ଓଡ଼ିଆ ସିନେମା ଏବଂ ମେଲୋଡି ମଞ୍ଚ କୁ ସର୍ବାଙ୍ଗୀନ ଭାବରେ No-1 କରି ରଖିଥିଲେ, ସେହିମାନେ ଅନନ୍ତା ସିନେମାରେ ବିଶେଷ ଭାବେ ସ୍ଥାନ ପାଇଛନ୍ତି. ଅନୁସୟା ନାଥ, ଶ୍ରୀଚରଣ, କରୁଣାକର, ସୁବାଶିଷ ମହାକୁଡ଼, ସଂଜୁ ମହାନ୍ତିଙ୍କ ପରି କଣ୍ଠ ଶିଳ୍ପୀ ମାନଙ୍କୁ ଏତେ ଦିନ ପରେ ସୁଯୋଗ ଦେବା ଏବଂ ଗୀତ ଗୁଡିକୁ ସେମାନେ ଉଚିତ ଭାବରେ ଉପସ୍ଥାପିତ କରିବା ଏହି ସିନେମା ପାଇଁ ଏକ ଅପୂର୍ବ ସଂଯୋଗ.
ଏହି କଣ୍ଠ ଶିଳ୍ପୀ ମାନଙ୍କ କଣ୍ଠ ଓ ଭାବ ଓଡ଼ିଆ ସିନେମା ସଂଗୀତ କୁ ଏ ସମୟରେ ନିଶ୍ଚୟ ଆଉ ଗୋଟିଏ ପାଦ ଆଗକୁ ନେଇଯିବ.

(3)ବୟସ୍କ ଏବଂ ମଧ୍ୟ ବୟସ୍କ ଦର୍ଶକ ଯେଉଁମାନେ ଏପରି କାହାଣୀ ଏବଂ ଏପରି ଗୀତକୁ ଖୁବ ଭଲ ପାଆନ୍ତି, ସେମାନେ ଲୋରୀ ଗୀତ, ଲୋକ ଗୀତ କୁ ନିଶ୍ଚୟ ଭଲ ପାଇବା ଦେବା ସହିତ ହଲକୁ ଆସିବେ. ବର୍ତ୍ତମାନ ସମୟର ଦର୍ଶକ ଯେଉଁମାନେ ଓଡ଼ିଆ ସିନେମା ଖୁବ କମ ଦେଖନ୍ତି,15 ରୁ 28 ପର୍ଯ୍ୟନ୍ତ ଓଡ଼ିଆ ଦର୍ଶକଙ୍କୁ ଡିଜିଟାଲ/ ସୋସିଆଲ ମେଡ଼ିଆ ଏବଂ ସ୍କୁଲ କଲେଜ ମାନଙ୍କରେ ଗୀତକୁ ପହଞ୍ଚାଇ ଦିୟନ୍ତୁ, ଅନନ୍ତାର ସମାଜ ପ୍ରତି ବଳିଦାନର କାହାଣୀକୁ ଦର୍ଶକଙ୍କ ପାଖକୁ ଯାଇ କୁହନ୍ତୁ, ଯେଉଁମାନେ ଅନନ୍ତାକୁ ଚିନ୍ହି ନାହାନ୍ତି ଏବେ ଚିନ୍ହିବେ, ଆମ ଓଡ଼ିଆ ଗୀତ, କଣ୍ଠଶିଳ୍ପୀଙ୍କୁ ଜାଣିବେ ତେବେ ଯାଇ ଅନନ୍ତା ପ୍ରତିଟି ଓଡ଼ିଆ ଙ୍କ ଘରେ ଘରେ ପହଂଚି ପାରିବ.

Leave a Comment

Your email address will not be published. Required fields are marked *

Scroll to Top